International Space Station (ISS) crew members Ricky Arnold (L) and Drew Feustel (R) of the U.S., and Oleg Artemyev of Russia rest in chairs after landing in a remote area outside the town of Dzhezkazgan (Zhezkazgan), Kazakhstan October 4, 2018. Maxim Shipenkov/Pool via REUTERS
ନୂଆଦିଲ୍ଲୀ: ଓ୍ଵାସିଂଟନ୍ ଏବଂ ମସ୍କୋ ମଧ୍ୟରେ ଉତ୍ତେଜନା ଚାଲିଥିବା ବେଳେ ‘ଇଣ୍ଟର୍ନେସ୍ନାଲ୍ ସ୍ପେସ୍ ଷ୍ଟେସନ୍’ରେ ଛଅ ମାସର ଅଭିଯାନ ଶେଷ କରି ଗୁରୁବାର ଦିନ ଦୁଇ ଜଣ ଆମେରିକୀୟ ଏବଂ ଜଣେ ରୁଷୀୟ ମହାକାଶଚାରୀ ପୃଥିବୀକୁ ଫେରି ଆସିଛନ୍ତି।
‘ନାସା’ ମହାକାଶଚାରୀ ଡ୍ରିଉ ଫେଉଷ୍ଟେଲ୍ ଏବଂ ରିକି ଆର୍ଣ୍ଣ୍ଲଡ୍ ଏବଂ ରୁଷୀୟ ମହାକାଶଚାରୀ ଓଲେଗ୍ ଆର୍ଟେମିୟେଭ୍ ଝେଜ୍କାଜାନ୍ର କାଜାଖ୍ ନଗରର ଦକ୍ଷିଣପୂର୍ବରେ ଅବସ୍ଥିତ ଷ୍ଟେପି ଲାଣ୍ଡ୍ରେ ଭୂମି ସ୍ପର୍ଶ କରିଛନ୍ତି।
ଘୂର୍ଣ୍ଣୟମାନ ଷ୍ଟେସନ୍ରେ ରହିଥିବା ରୁଷୀୟ ମହାକାଶ ଯାନରେ ଦେଖା ଦେଇଥିବା ଏକ ରହସ୍ୟମୟ ଗର୍ତ୍ତ ବିଷୟରେ ରୁଷୀୟ ଏବଂ ଆମେରିକୀୟ ଅଧିକାରୀମାନେ ତଦନ୍ତ କରିବା ପରେ ମହାକାଶ ଯାନଟିକୁ ଅବତରଣ କରାଯାଇଥିଲା।
ଅଗଷ୍ଟ ମାସରେ ଚିହ୍ନଟ କରାଯାଇଥିବା ଗର୍ତ୍ତ ଆଇଏସ୍ଏସ୍ରେ ଏୟାର୍ ଲିକ୍ର କାରଣ ହେବାରୁ ତୁରନ୍ତ ତାହାକୁ ବନ୍ଦ କରାଯାଇଥିଲା।
ମହାକାଶଚାରୀମାନେ ହସି ହସି ପୃଥିବୀକୁ ଫେରିଛନ୍ତି। ପ୍ରଥମେ ଆର୍ତେମ୍ୟେଭ୍ ମହାକାଶ ଯାନରୁ ପଦାକୁ ଆସିଥିଲେ। ତାଙ୍କ ପଛେ ପଛେ ଅନ୍ୟ ଦୁଇ ଆମେରିକୀୟ ମହାକାଶଚାରୀ ବାହାରକୁ ଆସିଥିଲେ।
Follow Us